Sale!

Odia Story Collection Book Raja – ଗଳ୍ପ ସଂକଳନ ରଜ

(3 customer reviews)

Original price was: ₹199.00.Current price is: ₹129.00.

ରଜ ସଂକ୍ରାନ୍ତି ଅବସରରେ ଶୁଭପଲ୍ଲବ ଭେଟି ଦେଇଛି ଏହାର ପ୍ରଥମ ଗଳ୍ପ-ସଂକଳନ । ବିଭିନ୍ନ ଧରଣର କଥାବସ୍ତୁ ଉପରେ ଆଧାରିତ କାହାଣୀକୁ ରଚନା କରିଛନ୍ତି କିଛି ନୂତନ ଓ ପୁରାତନ ଲେଖକଲେଖିକାଗଣ ।

On this Raja Sankranti, Shubhapallaba has published its 1st story collection book, Raja. Buy it and enjoy all the different stories.

Add to Wishlist
Add to Wishlist
SKU: SB002 Categories: ,

Description

ରଜ ସଂକ୍ରାନ୍ତି ଅବସରରେ ଶୁଭପଲ୍ଲବ ଭେଟି ଦେଇଛି ଏହାର ପ୍ରଥମ ଗଳ୍ପ-ସଂକଳନ । ବିଭିନ୍ନ ଧରଣର କଥାବସ୍ତୁ ଉପରେ ଆଧାରିତ କାହାଣୀକୁ ରଚନା କରିଛନ୍ତି କିଛି ନୂତନ ଓ ପୁରାତନ ଲେଖକଲେଖିକାଗଣ ।

On this Raja Sankranti, Shubhapallaba has published its 1st Odia story Book, Raja, which is a collection of stories by different authors in various fields. Buy it and enjoy all the different stories. Now, you can buy our Odia books online from this store, and also you could download Odia eBook for free of cost.

Raja (ରଜ: ଓଡ଼ିଆ ଗଳ୍ପ ସଂକଳନ) is an Odia story collection book by the Shubhapallaba Publication. This was originally published as an e-book back in 2020 during Raja Sankranti exclusively on the Shubhapallaba Store. After 5 years, in 2025, it’s publishing in paperback format.
୨୦୨୦ ମସିହାର ପଣା ସଂକ୍ରାନ୍ତି ସମୟରେ ଯେତେବେଳେ ତାପସ ଭାଇ ଏକ ଗଳ୍ପ ପ୍ରତିଯୋଗିତା ପାଇଁ ପୋଷ୍ଟରଟିଏ କରିବାକୁ କହିଥିଲେ, ସେତେବେଳେ ସିନା ସେଥିରେ ଲେଖିଦେଇଥିଲି କି ନିର୍ବାଚିତ ଲେଖା ବ୍ୟତୀତ ଅନ୍ୟାନ୍ୟ ଲେଖାଗୁଡ଼ିକ ଆମର ୱେବ୍ ପୋର୍ଟାଲ୍‌ରେ ଆସିବ, ହେଲେ ଲେଖାଗୁଡ଼ିକି ଦେଖିବାପରେ ଛୋଟିଆ ଗଳ୍ପ ସଂକଳନଟିଏ କରିବାକୁ ଇଚ୍ଛା ହେଲା । ତାଙ୍କ ଦ୍ୱାରା ବଛାଯାଇଥିବା ସାତଟି ଲେଖା ମଇ ମାସର ଶୁଭପଲ୍ଲବ ସଂସ୍କରଣରେ ପ୍ରକାଶିତ ହୋଇଥିଲା, କିନ୍ତୁ ବାକିଥିବା ରଚନାଗୁଡ଼ିକ ମଧ୍ୟରୁ ଇଉନିକୋଡ଼ରେ ଥିବା ଲେଖାଗୁଡ଼ିକର ଲେଖକମାନଙ୍କୁ ଯୋଗାଯୋଗ କରିବାପରେ ଛୋଟ ଏକ ଗଳ୍ପ ସଂକଳନ କରିବାକୁ ନିଷ୍ପତ୍ତି ନେଇଥିଲି । ରଜ ସମୟରେ ଆସୁଥିବାରୁ ଏହାର ଶୀର୍ଷକ ରଜ ବୋଲି ରଖାଗଲା, ଯାହାକି ପ୍ରଥମ ରଚନାଟିର ଶୀର୍ଷକ ରଜ ମଉଜରୁ ଉଦ୍ଧୃତ । ଧନ୍ୟବାଦ ଜଣାଇବି ସମ୍ପାଦକ ତାପସ ରଞ୍ଜନ ମୋହୋଦୟଙ୍କୁ ତାଙ୍କର ସମ୍ପାଦନା ପାଇଁ ଏବଂ ବିଜୟ ବିଶ୍ୱାଳ ମହୋଦୟଙ୍କୁ ତାଙ୍କର ଏହି ସୁନ୍ଦର ପ୍ରଚ୍ଛଦଚିତ୍ର ପାଇଁ । ପାଞ୍ଚ ବର୍ଷ ପରେ, ଅର୍ଥାତ ୨୦୨୫ରେ, ଯେତେବେଳେ ଆମେ ଅଳ୍ପବହୁତେ କିଛି ବହି ଛାପିଲୁଣି, ତେଣୁ ଅନ୍‌ଲାଇନ୍‌ରେ ଥିବା ଏହି ବହିଟିର ଏକ ନୂଆ ସଂସ୍କରଣ ମୁଦ୍ରଣ ପାଇଁ ସ୍ଥିର କଲୁ । ତେଣୁ ଏହାର ୨ୟ ସଂସ୍କରଣ ଅର୍ଥାତ ମୁଦ୍ରିତ ସଂସ୍କରଣ ଭେଟିଦେଉଛୁ ଆପଣମାନଙ୍କୁ ।

Odia Story Books on the Store

Odia Story Collectin book- Raja

ଗଳ୍ପଗୁଡ଼ିକର ତାଲିକା

  1. ରଜ ମଉଜ (ଶୁଭଲକ୍ଷ୍ମୀ ଦାସ)
  2. ନିରୁତା ପ୍ରେମର ଗପ (ସୋନାଲି ସୁଚରିତା)
  3. ପାରିଜାତ (ଆଭା ପ୍ରଧାନ)
  4. ପାସ୍ପୋର୍ଟ୍ ସାଇଜ୍ ଫଟୋ (ଡ. ଜୟପ୍ରକାଶ ପରିଡ଼ା)
  5. ପଣା (ସତ୍ୟବ୍ରତ ପରିଡ଼ା)
  6. କଳାଜାଇ (ସ୍ୱରୂପ କୁମାର ନାୟକ)
  7. କରୁଣା (ଡ. ଶ୍ରଦ୍ଧାଞ୍ଜଳୀ ପଣ୍ଡା)
  8. ଥାଙ୍କ ୟୁ କାର୍ଡ଼ (ସୌମ୍ୟାଶ୍ରୀ ତ୍ରିପାଠୀ)
  9. ଭଗବାନ ତମେ ବି ଭୁଲ (ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ)
  10. ରାଜା ରାଣୀ (ରମେଶ ଚନ୍ଦ୍ର ପାଲ୍)
  11. ଯୌବନ (ସଂଗୀତା ଦାସ)
  12. ତିନି ଟଙ୍କା ପଚାଶ ପଇସା (ଲକ୍ଷ୍ମୀ କାନ୍ତ ବେହେରା)
  13. ଜୀଇଁବାର ରହସ୍ୟ (ରାଜଶ୍ରୀ ସ୍ୱାଇଁ)
  14. ଅଧୁରା ବୋହୂ (ତାରାରାଣୀ ନାୟକ)
  15. ସ୍ମୃତିରେ ପ୍ରତାରଣାର ରଙ୍ଗ (ନିବେଦିତା ମହାପାତ୍ର)

Additional information

Weight 100 kg
Dimensions 22 × 14 × 1 cm
Book

E-Book, Paperback

3 reviews for Odia Story Collection Book Raja – ଗଳ୍ପ ସଂକଳନ ରଜ

  1. Sushree Sangita Sethy

    ବହୁତ ସୁନ୍ଦର ହେଇଛି ଗପଗୁଡ଼ିକ ।

  2. Sonali

    ସୁନ୍ଦର ବହିଟି । ମୁଁ ଆମାଜନ୍‌ରୁ କିଣିଛି । ଭଲ ଗପ ସବୁ ଅଛି ।

  3. Ashok

    Good book.

Only logged in customers who have purchased this product may leave a review.

You may also like…